Historic Baliyatra Cuttack / ଲୁଣ୍ଠନ କରୁଥିଲେ ମୋଗଲ, ତଥାପି ଉତ୍କଳୀୟ ଚରମରେ ଉତ୍କଳୀୟ ନୌବାଣିଜ୍ୟ

Key Points
ବାରମ୍ବାର ଆକ୍ରମଣ,
ଲୁଣ୍ଠନ
ମୋଗଲ କର୍ମଚାରୀ ଓ ଶାସନକର୍ତ୍ତାଙ୍କ
ଅତ୍ୟାଚାରରେ ଶିଳ୍ପବାଣିଜ୍ୟରେ
ବହୁ ବାଧା ସୃଷ୍ଟି
ହୁଏ । ତଥାପି
ମୋଗଲ ରାଜତ୍ୱରେ କଳିଙ୍ଗର ସାମୁଦ୍ରିକ
ବାଣିଜ୍ୟ ଉନ୍ନତିର ଚରମ ସୋପାନରେ
ଥାଏ
। କଳିଙ୍ଗର
ବଣିକମାନେ ବଙ୍ଗୋପସାଗର ପାର ହୋଇ
ଦୂର ଦ୍ୱୀପଦେଶକୁ ଯାଉଥିଲେ।
ଏଥିମଧ୍ୟରେ ୟୁରୋପୀୟ ବଣିକମାନଙ୍କ
ପ୍ରତିଯୋଗିତା ସାଙ୍ଗକୁ ପର୍ତ୍ତୁଗୀଜ୍
ଓ ଆରାକାନ୍ବାସୀଙ୍କ ଜଳଦସ୍ୟୁ
ବୃତ୍ତି କଳିଙ୍ଗ ବଣିକମାନଙ୍କର
ସାମୁଦ୍ରିକ ବାଣିଜ୍ୟରେ ବହୁ
ବାଧା ଦେଉଥିଲା। ବନ୍ଦରଗୁଡ଼ିକ
ମଧ୍ୟରେ ତମଲୁକ୍ ପୂର୍ବ ବାଣିଜ୍ୟ
ସମ୍ଭାର ସବୁ ହରାଇଥିଲା। ମାତ୍ର
ହିଜିଲି,
ପିପିଲି,
ବାଲେଶ୍ୱର,
ଧାମରା,
କନିକା,
ହରିଶ୍ପୁର,
ଜଟାଧାର,
ବୋଇତରାକୁଦ,
ଜମ୍ବୁ,
ପୁରୀ,
ଚିଲିକା
ପ୍ରଭୃତି ବନ୍ଦରଗୁଡ଼ିକ ସାମୁଦ୍ରିକ
ବାଣିଜ୍ୟର ପ୍ରଧାନ ସ୍ଥାନ ଥିଲା।
ସାହାବୁଦ୍ଦିନ ତାଲିସ୍ଙ୍କ
ମତରେ,
୧୬୬୫
ଖ୍ରୀଷ୍ଟାଦ୍ଧରେ
ତମଲୁକ୍ରେ
ଦାସ ବ୍ୟବସାୟ ଚାଲୁଥିଲା। ଆକବରଙ୍କ
ରାଜତ୍ୱ କାଳରୁ ଶାୟସ୍ତ ଖାଁଙ୍କ
ବଙ୍ଗ ସୁବାଦାରି ପର୍ଯ୍ୟନ୍ତ
ଆରାକାନ୍ବାସୀ ଓ ଇଂରେଜ ଜଳଦସ୍ୟୁମାନେ
ବଙ୍ଗ ଆକ୍ରମଣ କରି ଲୋକଙ୍କୁ
ଧରିନେଉଥିଲେ ଏବଂ ବାଲେଶ୍ୱର,
ତମଲୁକ୍
ପ୍ରଭୃତି ବନ୍ଦରରେ ଦାସରୂପେ
ବିକ୍ରି କରୁଥିଲେ।
୧୭୨୪ରେ ଭାଲେଣ୍ଟାଇନ୍ ନାମକ ଜଣେ ପର୍ଯ୍ୟଟକ ତମଲୁକ୍, ବାଲେଶ୍ୱର ଓ ହିଜିଲି ବନ୍ଦରର ବାଣିଜ୍ୟ ବିଭବର ସାକ୍ଷ୍ୟ ଦେଇଥିଲେ। ଚାଉଳ, ଗହମ ଓ ଅନ୍ୟାନ୍ୟ ଜିନିଷ ଉକ୍ତ ବନ୍ଦରମାନଙ୍କରୁ ବିଶେଷ ପରିମାଣରେ ରପ୍ତାନି ହେଉଥିଲା। ୧୮୮୬ରେ ରାଲଫ୍ ଚିଫ୍ ସାକ୍ଷ୍ୟ ଦେଇଥିଲେ ଯେ ହିଜିଲି ବନ୍ଦର ସହିତ ଇଣ୍ଡିଆ ନେଗାପଟମ୍, ସୁମାତ୍ରା, ମଲକସ୍ ପ୍ରଭୃତିର ବାଣିଜି୍ୟକ ସମ୍ବନ୍ଧ ଥିଲା। ବାଣିଜ୍ୟ ତରୀ ଦ୍ୱାରା ହିଜିଲିରୁ ଚାଉଳ, ଲୁଗା, ପାଟ, ପଶମବସ୍ତ୍ର, ଚିନି, ଲଙ୍କା, ମାଖନ ଇତ୍ୟାଦି ଉକ୍ତ ଦେଶଗୁଡ଼ିକୁ ରପ୍ତାନି ହେଉଥିଲା। ବାଲେଶ୍ୱର ବନ୍ଦର ଜାହାଜ ନିର୍ମାଣର କେନ୍ଦ୍ର ଥିଲା। ସୁଜା ଓ ଶାୟସ୍ତ ଖାଁଙ୍କ ଶାସନ କାଳରେ ବାଲେଶ୍ୱରରେ ଜାହାଜ ନିର୍ମାଣର ତତ୍ତ୍ୱ ବୁଝିବା ନିମନ୍ତେ ଜଣେ ଦାରୋଗା ନିଯୁକ୍ତ ଥିଲେ। ପ୍ରାଚ୍ୟ ସମୁଦ୍ରରେ ଶାନ୍ତିରକ୍ଷା ନିମନ୍ତେ ମୋଗଲ ସମ୍ରାଟ୍ଙ୍କର ଯୁଦ୍ଧଜାହାଜମାନ ସେହି ବନ୍ଦରରେ ତିଆରି ହେଉଥିଲା। ଜଳଦସ୍ୟୁମାନଙ୍କୁ ଦମନ କରିବା ଏବଂ ଚିଟାଗଙ୍ଗ ଜୟ କରିବା ନିମନ୍ତେ ବଙ୍ଗ ସୁବାଦାର ଶାୟସ୍ତ ଖାଁ ବାଲେଶ୍ୱର ବନ୍ଦରରେ ବହୁ ଯୁଦ୍ଧଜାହାଜ ତିଆରି କରାଇଥିଲେ। ସେଥିନିମନ୍ତେ ହରିଶ୍ପୁର ପ୍ରଭୃତି ଦକ୍ଷିଣାଞ୍ଚଳ ବନ୍ଦରମାନଙ୍କୁ ‘କଳାପତି’ ଓ ନାଜରା (ଜାହାଜ ମିସ୍ତ୍ରି ଓ କମାର) ପ୍ରଭୃତିଙ୍କୁ ନେଇ ବାଲେଶ୍ୱରରେ ରୁଣ୍ଡ କରାଇଥିଲେ। ବାଲେଶ୍ୱର ଓ ଓଡ଼ିଶାର ଅନ୍ୟାନ୍ୟ ବନ୍ଦରଗୁଡ଼ିକରେ ଜାହାଜ ନିର୍ମାଣ ଏକ ସାଧାରଣ ଜୀବିକା ଥିଲା।
କଟକରେ
ଗୋଟିଏ ମୁଦ୍ରାଶାଳ ପ୍ରଥମରୁ ହିଁ
ଥିଲା। ପରେ ହରିହରପୁରଠାରେ ଆଉ
ଗୋଟିଏ ମୁଦ୍ରାଶାଳ ସ୍ଥାପିତ
ହୋଇଥିଲା। ଏହି ମୁଦ୍ରାଶାଳରେ
ମୋଗଲ ସମ୍ରାଟ୍ଙ୍କ ସାମ୍ରାଜ୍ୟ
ମଧ୍ୟରେ ପ୍ରଚଳିତ ଟଙ୍କା ଆଦି
ନିର୍ମିତ ହେଉଥିଲା। ଏହିପରି
ଶିଳ୍ପବାଣିଜ୍ୟର ସମୃଦ୍ଧିରେ
ଦେଶବାସୀଙ୍କ ଆର୍ଥିକ ଅବସ୍ଥା
ଅତ୍ୟନ୍ତ ସ୍ବଚ୍ଛଳ ଥିଲା। କଳିଙ୍ଗର
ବାଣିଜ୍ୟ ଉଭୟ ଜଳ ଓ ସ୍ଥଳରେ ମହାଭାରତ
ଯୁଗରୁ ପ୍ରସିଦ୍ଧିଲାଭ କରିଥିବାର
ପ୍ରମାଣ ମିଳେ। ଏଥିରୁ କଳିଙ୍ଗବାସୀଙ୍କ
ବୁଦ୍ଧି,
ବୃତ୍ତି,
କୌଶଳ
ଓ ରୁଚି କେତେ ଉନ୍ନତ ଜାଣିହୋଇଥାଏ।
କଳିଙ୍ଗ ବଣିକମାନେ ବହିର୍ବାଣିଜ୍ୟ
ଉଦ୍ଦେଶ୍ୟରେ ସାଗର ବକ୍ଷରେ ବଡ଼
ବଡ଼ ବୋଇତ ଭସାଇ ସାଗର ପରପାରିରେ
ଉପନିବେଶ ବା ବସତି ସ୍ଥାପନ କରିଥିଲେ।
କଳିଙ୍ଗର ବାଣିଜ୍ୟ ତରୀ ସୁଦୂର
ପ୍ରଶାନ୍ତ ମହାସାଗର ଓ ଭାରତ
ମହାସାଗର ଅତିକ୍ରମ କରି ଚାଇନା,
ଜାପାନ,
ଆରବ,
ଆଫ୍ରିକା
ଏବଂ ମାଡାସ୍କର ପ୍ରଭୃତି ଦେଶ ଓ
ଦ୍ୱୀପଗୁଡ଼ିକରେ ଉତ୍କଳୀୟ
ପଣ୍ୟଗୁଡ଼ିକର ବିପଣି ସର୍ଜନା
କରୁଥିଲା। ଏହି ବାଣିଜ୍ୟ ପ୍ରଭାବରେ
କଳିଙ୍ଗର ରାଜାମାନେ ଦୂର ଦ୍ୱୀପଦେଶ
ସହ ଅନ୍ତର୍ଜାତୀୟ ରାଷ୍ଟ୍ରୀୟ
ସୁସମ୍ପର୍କ ରଖିପାରିଥିଲେ।
📱 Get Argus News App
✨
ଚାଇନା
ପରିବ୍ରାଜକ ହୁଏନ୍ସାଂଙ୍କ ମତରେ
କଳିଙ୍ଗର ବନ୍ଦରଗୁଡ଼ିକରେ ବହୁ
ଦୂର ବିଦେଶରୁ ବାଣିଜ୍ୟ ପୋତମାନ
ଆସି ଆଶ୍ରୟ ନେଉଥିଲେ ଏବଂ ମାଲ୍
ଖଲାସ,
ବୋଝେଇ
କରୁଥିଲେ। ବହୁସଂଖ୍ୟକ ବିଦେଶୀ
ବୋଇତ ମଧ୍ୟ ଉକ୍ତ ବନ୍ଦରଗୁଡ଼ିକରେ
ଅବସ୍ଥାନ କରୁଥିଲେ ଏବଂ ନାନା
ମୂଲ୍ୟବାନ ଓ ଦୁଷ୍ପ୍ରାପ୍ୟ
ବାଣିଜ୍ୟ କାରବାର ସେ ବନ୍ଦରରେ
ହେଉଥିଲା। ଯାହା
ଉତ୍କଳୀୟ ନୌବାଣିଜ୍ୟର ମହିମାମଣ୍ଡନ
କରେ...
Related Topics
Explore more stories